ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

ଗୁଆହାଟି: ହିମନ୍ତ ବିଶ୍ୱଶର୍ମା ଆସାମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ରାଜ୍ୟପାଳ ଯଗଦୀଶ ମୁଖୀ ହିମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ହିମନ୍ତଙ୍କ ସହ ୧୩ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନୋୱାଲ ନାହାନ୍ତି ।

ଶପଥ ଗ୍ରହଣ ଉତ୍ସବରେ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡାଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
। ହିମନ୍ତ ଆସାମର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି ।

ଗତକାଲି ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତଙ୍କୁ ସର୍ବସମ୍ମତି କ୍ରମେ ନେତା ଭାବେ ନିର୍ବାଚିତ କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସୋନୋୱାଲ ହିମନ୍ତଙ୍କ ନାମ ପ୍ରସ୍ତାବ ଦେଇଥିଲେ ।

ବିଧାନସଭା ନିର୍ବାଚନରେ ୧୨୬ ଆସନରୁ ବିଜେପି ୬୦ଟି ଆସନରେ ବିଜୟୀ ହୋଇଥିଲା । ଏହାର ସହଯୋଗୀ ଦଳ ଏଜପି ୯ଟି ଏବଂ ୟୁପିପିଏଲ୍ ୬ଟି ଆସନ ହାତେଇଥିଲା । ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ସରକାର ଗଢ଼ିବା ସହ ବିଜେପି ଇତିହାସ ରଚିଛି । ରାଜ୍ୟରେ ଗଲା ୭୦ ବର୍ଷରେ କୌଣସି ଅଣ କଂଗ୍ରେସ ଦଳ କ୍ଷମତା ବଜାୟ ରଖିପାରିନଥିଲା ।

Comments are closed.