ଟାଟା ମୋଟର୍ସ ଠକେଇ ମାମଲା, ପ୍ରଦୀପ ପାଣିଗ୍ରାହୀଙ୍କୁ ଭିଜିଲାନ୍ସର ରାତି ଅଧିଆ ଜେରା, ଆଜି ପୁଣି କରିବ ପଚରାଉଚରା

ଭୁବନେଶ୍ୱର- ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରାତି ଅଧିଆ ଜେରା କରାଯାଇଥିବା ସୂଚନା ମିଳିଛି । ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଜେରା କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଜେରା କରାଯାଇଥିଲା । ଜେରା ବେଳେ ପ୍ରଦୀପ କୁଆଡେ କାନ୍ଦି ପକାଇଥିବା ଜଣାପଡିଛି । ଆଜି ମଧ୍ୟ ତାଙ୍କୁ ଜେରା କରିବ ଭିଜିଲାନ୍ସ । ବ୍ରହ୍ମପୁର କୋର୍ଟପେଟା ଆଇସିଆଇସିଆଇ ବ୍ୟାଙ୍କ କାରବାର ନେଇ ଭିଜିଲାନ୍ସ ଖୋଳତାଡ କରିଛି ।

Comments are closed.