କରୋନା ଅପଡେଟ୍‌: ୭ ମାସ ପରେ ଦୈନିକ ମାମଲା ୧୧ ହଜାର ତଳେ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସୁଛି । ଗତ ୨୪ ଘଣ୍ଟାରେ ଦେଶରେ ମାତ୍ର ୧୦,୦୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାତ ମାସ ପରେ ଦୈନିକ ମାମଲା ୧୧ ହଜାର ତଳେ ରହିଛି । ଶେଷଥର ଜୁନ୍ ୧୧, ୨୦୨୦ରେ ଦୈନିକ କରୋନା ମାମଲା ୧୧ ହଜାରରୁ କମ୍ ରେକର୍ଡ କରାଯାଇଥିଲା ।

ଭାରତରେ ଏହି ମହାମାରୀ ଆଉ ୧୩୭ ଜଣଙ୍କ ଜୀବନ ନେଇଛି । ଆଠ ମାସରେ ଏହା ସବୁଠୁ କମ୍ ଦୈନିକ ମୃତ୍ୟୁ ସଂଖ୍ୟା । ଭାରତରେ ଏଯାବତ୍ ମୋଟ କରୋନା ମାମଲା ୧ କୋଟି ୫ ଲକ୍ଷ ୮୧ ହଜାର ୮୩୭କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏହି ରୋଗରେ ୧ ଲକ୍ଷ ୫୨ ହଜାର ୫୫୬ ଜଣଙ୍କ ମୃତ୍ୟୁ ହୋଇଛି । ଭାରତରେ ଏବେ ସୁଦ୍ଧା କରୋନାରୁ ୧ କୋଟି ୨ ଲକ୍ଷ ୨୮ ହଜାର ୭୫୩ ଲୋକ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ କେବଳ ୨ ଲକ୍ଷ ୫୨୮ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

Comments are closed.