ଟିକା ଦରକୁ ବିଜେଡି ଓ କଂଗ୍ରେସର ବିରୋଧ

ଭୁବନେଶ୍ୱର- କୋଭାକ୍ସିନ ଓ କୋଭିଶିଲ୍ଡ ଦର ଘୋଷଣା ହେବା ପରେ ଏହାକୁ ବିରୋଧ କରାଯାଇଛି । କୋଭାକ୍ସିନ ଦର ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଦର ବହୁତ ବଢିଛି ବୋଲି ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ କହିଛନ୍ତି । ଏଥିଯୋଗୁଁ ରାଜ୍ୟମାନଙ୍କ ସମ୍ବଳ ଉପରେ ଅଧିକ ଚାପ ପଡିବ ବୋଲି ସେ ଟ୍ୱିଟ୍ କରିଛନ୍ତି । ରାଜ୍ୟମାନେ ନିଜ ନିଜ ସ୍ତରରେ କୋଭିଡ୍ ମୁକାବିଲା କରୁଛନ୍ତି । ଯେତେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଛି, ସେଥିରେ ଯେତେ ଖର୍ଚ୍ଚ ହେଲେ ତୁରନ୍ତ ସୁଧାର ଆସିବା ସମ୍ଭବ ନୁହେଁ । ତେଣୁ କୋଭିଡ ଟିକା କିଣିବାରେ ଅଧିକ ଖର୍ଚ୍ଚ ହେଲେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କେମିତି ହେବ ବୋଲି ଅମର ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ଆର୍ଥିକ ବୋଝ୍ ନ ପକାଉ ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଟିକା ଦରକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ।

Comments are closed.