ବାଲେଶ୍ୱର ଗସ୍ତରେ ଡିଜିପି, କୋଭିଡ ଏନଫୋର୍ସମେଂଟ୍ ପଦକ୍ଷେପର ସମୀକ୍ଷା

ବାଲେଶ୍ୱର – ଡିଜିପି ଅଭୟ ଆଜି ବାଲେଶ୍ୱର ଗସ୍ତ କରି କୋଭିଡ ନିୟମ ଏନଫୋର୍ସମେଂଟ୍ ପଦକ୍ଷେପର ସମୀକ୍ଷା କରିଛନ୍ତି । ନାଇଟ୍ କର୍ଫ୍ୟୁର କାର୍ଯ୍ୟକାରିତା, ସପ୍ତାହାନ୍ତ ସଟଡାଉନ୍ ସୀମା ଚେକ୍ ପୋଷ୍ଟ୍‌ର କାର୍ଯ୍ୟକ୍ଷମତା ନେଇ ମଧ୍ୟ ସମୀକ୍ଷା କରିଛନ୍ତି ଡିଜିପି । ଡିଜିପିଙ୍କ ସହ ଆଇନ୍ ଶୃଙ୍ଖଳା ଏଡିଜି, ପୂର୍ବାଂଚଳ ଆଇଜି, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଏସପିମାନେ ମଧ୍ୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ବଙ୍ଗଳା ସୀମାକୁ ଲାଗି ବାଲେଶ୍ୱର ଜିଲ୍ଲାର ଲକ୍ଷ୍‌ମଣନାଥ ଓ ଉଦୟପୁରରେ ଦୁଇ ସ୍ଥାୟୀ ଚେକ୍ ପୋଷ୍ଟ୍ କାର୍ଯ୍ୟ କରୁଛି । ମୟୂରଭଞ୍ଜ ଜିଲ୍ଲାରେ ହାତିବାଡି ଓ ଚକୁସୁଳିଆପଡାରେ ବି ଦୁଇଟି ଚେକ୍ ପୋଷ୍ଟ ୨୪ ଦିନରାତି କାର୍ଯ୍ୟକ୍ଷମ ଅଛି । ସୀମା ସିଲ୍ କରାଯାଇ ବାଲେଶ୍ୱରରେ ୨୨ଟି ଅସ୍ଥାୟୀ ଓ ମୟୂରଭଞ୍ଜରେ ୩୨ଟି ଚେକପୋଷ୍ଟ୍‌୍ ପ୍ରତିଷ୍ଠା କରାଯାଇଛି । କୋଭିଡ ନିୟମ ଜୋରଦାର ଭାବେ ଲାଗୁ କରିବା ପାଇଁ ବାଲେଶ୍ୱରରେ ୭ ପ୍ଲାଟୁନ ଓଏସଏପି ଓ ମୟୂରଭଞ୍ଜରେ ୪ ପ୍ଲାଟୁନ ଓଏସଏପି ମୁତୟନ କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି ।

Comments are closed.