ଟେଷ୍ଟରେ ନିଜର ସର୍ବନିମ୍ନ ସ୍କୋର ସହ ଆଡିଲେଡ ଟେଷ୍ଟରେ ଭାରତର ପରାଜୟ, ୮ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

ଆଡିଲେଡ୍ – ଦ୍ୱିତୀୟ ଇନିଂସରେ ଅତି ନିମ୍ନମାନର ପ୍ରଦର୍ଶନ କରି ଆଡିଲେଡ ଟେଷ୍ଟରେ ଭାରତ ୮ ୱିକେଟରେ ପରାସ୍ତ ହୋଇଛି । ମ୍ୟାଚ୍ ଜିତିବା ସହ ଅଷ୍ଟ୍ରେଲିଆ ୪ ମ୍ୟାଚ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟର ଆଜି ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ମାତ୍ର ୩୬ ରନ୍ ହିଁ କରିପାରିଥିଲା, ଯାହା କି ଟେଷ୍ଟରେ ଭାରତର ସର୍ବନିମ୍ନ ସ୍କୋର । ମହମ୍ମଦ ସାମି ରିଟାୟର୍ଡ ହର୍ଟ ହୋଇଥିଲେ । ହାଜେଲଉଡ୍ ମାତ୍ର ୮ ରନରେ ୫ଟି ଓ ପ୍ୟାଟ କମିନ୍‌ସ ୪ଟି ୱିିକେଟ ନେଇଥିଲେ । ପ୍ରଥମ ଇନିଂସରେ ଭାରତ ୫୩ ରନରେ ଆଗୁଆ ଥିବାରୁ ଅଷ୍ଟ୍ରେଲିଆ ପାଇଁ ୯୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଦୁଇ ୱିକେଟ ହରାଇ ଘରୋଇ ଦଳ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

Comments are closed.