ଭିଜିଲାନ୍ସ ଜାଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ଡିଡିସିଇ କର୍ମଚାରୀ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଫସିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଡିଡିସିଇ କର୍ମଚାରୀ । ଆୟ ବହିର୍ଭୂତ ସଂପତି ଠୁଳ ମାମଲାରେ ସଂପୃକ୍ତ କର୍ମଚାରୀ ଅଶୋକ କୁମାର ମିଶ୍ରଙ୍କ ୫ଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଅଶୋକଙ୍କ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ ହୋଇଛି । ରସୁଲଗଡ ପାଣ୍ଡରା ଓ ପଟିଆ ପ୍ରଶାନ୍ତି ବିହାରରେ ଥିବା ତାଙ୍କ ଘର ସମେତ ଦୁର୍ଗାପୁର ରାମେଶ୍ୱରରେ ମଧ୍ୟ ରେଡ୍ ହୋଇଛି । ଭୁବନେଶ୍ୱର ଉପକଂଠ କଳିଙ୍ଗ ବିହାରରେ ମଧ୍ୟ ତାଙ୍କର ଘର ଥିବା ଭିଜିଲାନ୍ସ କହିଛି ।

Comments are closed.