ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ନୋଟିସ୍‌, ଚାଷୀ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ୍ ବ୍ଲକ୍ ନ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ୍ ବନ୍ଦ କରିବାକୁ ଟ୍ୱିଟରକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଳନ ନ କରାଗଲେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟରକୁ ସରକାରଙ୍କ ତରଫରୁ ଜାରି ନୋଟିସରେ କୁହାଯାଇଛି ।
କିଛି ଦିନ ତଳେ ଚାଷୀ ଆନ୍ଦୋଳନ ସହ ଜଡିତ ୨୫୦ ଆକାଉଣ୍ଟକୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଟ୍ୱିଟର ବ୍ଲକ୍ କରିଥିଲା । ପରେ କିନ୍ତୁ ଟ୍ୱିଟର ଏହି ସବୁ ଆକାଉଣ୍ଟ୍ ଉପରୁ କଟକଣା ଉଠାଇଥିଲା । ଏନେଇ କେନ୍ଦ୍ର ସରକାର ପୁଣି ଟ୍ୱିଟରକୁ ଏକ ନୋଟିସ୍ ଜାରି କରି ଏହିସବୁ ଆକାଉଣ୍ଟ ବନ୍ଦ କରିବା ସହ ସରକାର ବିରୋଧୀ ସବୁ ତଥ୍ୟ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କିଛି ଆକାଉଣ୍ଟ ତରଫରୁ ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ନୋଟିସ୍‌, ଚାଷୀ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ୍ ବ୍ଲକ୍ ନ କଲେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ୍ ବନ୍ଦ କରିବାକୁ ଟ୍ୱିଟରକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଳନ ନ କରାଗଲେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟରକୁ ସରକାରଙ୍କ ତରଫରୁ ଜାରି ନୋଟିସରେ କୁହାଯାଇଛି ।

କିଛି ଦିନ ତଳେ ଚାଷୀ ଆନ୍ଦୋଳନ ସହ ଜଡିତ ୨୫୦ ଆକାଉଣ୍ଟକୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଟ୍ୱିଟର ବ୍ଲକ୍ କରିଥିଲା । ପରେ କିନ୍ତୁ ଟ୍ୱିଟର ଏହି ସବୁ ଆକାଉଣ୍ଟ୍ ଉପରୁ କଟକଣା ଉଠାଇଥିଲା । ଏନେଇ କେନ୍ଦ୍ର ସରକାର ମଙ୍ଗଳବାର ପୁଣି ଟ୍ୱିଟରକୁ ଏକ ନୋଟିସ୍ ଜାରି କରି ଏହିସବୁ ଆକାଉଣ୍ଟ ବନ୍ଦ କରିବା ସହ ସରକାର ବିରୋଧୀ ସବୁ ତଥ୍ୟ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କିଛି ଆକାଉଣ୍ଟ ତରଫରୁ #ModiPlanningFarmerGenocide ଟ୍ରେଣ୍ଡ୍ କରାଯାଇଥିଲା ।

Comments are closed.