କୋରୋନା ଯୋଦ୍ଧାଙ୍କ ଚିକିତ୍ସାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା, ଆଦିତ୍ୟ ଅଶ୍ୱିନୀ ହସପିଟାଲରେ ହେବ ଚିକିତ୍ସା

ଭୁବନେଶ୍ୱର- କୋରୋନା ବିରୋଧରେ ରାଜ୍ୟର ଲଢେଇ ଜାରି ରହିଥିବା ବେଳେ ଏହି ମାରାତ୍ମକ ମହାମାରୀର ସାମନା କରୁଥିବା ଡାକ୍ତରଙ୍କ ସମେତ ଅନ୍ୟ କୋରୋନା ଯୋଦ୍ଧାଙ୍କ ଭଲ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ସ୍ୱତନ୍ତ୍ର ହସପିଟାଲରେ କୋରୋନା ଯୋଦ୍ଧାଙ୍କ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଦିତ୍ୟ ଅଶ୍ୱିନୀ କୋଭିଡ-୧୦ ହସପିଟାଲରେ ଡାକ୍ତର ଓ ସମ୍ମୁଖଭାଗ କୋରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ଭିତିରେ ଚିକିତ୍ସା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଡିଏମଇଟି ଓ ଡିଏଚଏସକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ବାବଦରେ ଜଣାଇ ଦିଆଯାଇଛି । ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି ।

Comments are closed.