ତୃତୀୟ ଟେଷ୍ଟ: ସ୍ମିଥଙ୍କ ଶତକ, ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ରେ ଅଲ ଆଉଟ୍‌

‌ସିଡନୀ – ପ୍ରଥମ ଦୁଇଟି ଟେଷ୍ଟରେ ଫେଲ୍ ମାରିବା ପରେ ଷ୍ଟିଭ୍ ସ୍ମିଥ୍ ଶେଷର ଫର୍ମକୁ ଫେରିଛନ୍ତି । ସ୍ମିଥ୍ ଚମତ୍କାର ୧୩୧ ରନ୍‌ କରିଥିବା ବେଳେ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି ।

ଅଷ୍ଟ୍ରେଲିଆ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୧୬୬ ରନ୍ କରି ଭଲ ସ୍ଥିତିରେ ରହିଥିଲା । ହେଲେ ଆଜି ଦ୍ୱିତୀୟ ଦିବସରେ ସ୍ମିଥ୍‌ଙ୍କୁ ଛାଡ଼ି ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ସଫଳ ମୁକାବିଲା କରିପାରିନଥିଲେ । ଭାରତୀୟ ବୋଲର ଶୃଙ୍ଖଳିତ ପ୍ରଦର୍ଶନ ସହ ଅଷ୍ଟ୍ରେଲିଆର ନିୟମିତ ୱିକେଟ୍ ଖସାଇଥିଲେ । ସ୍ମିଥ୍ କ୍ୟାରିୟରର ୨୭ତମ ଶତକ ହାସଲ କରିଥିଲେ ବି ଅଷ୍ଟ୍ରେଲିଆ ଆଜି ଆଉ ୧୭୨ ରନ୍ କରି ତାର ଶେଷ ୮ ୱିକେଟ୍ ହରାଇଥିଲା । ଅନ୍ୟମାନଙ୍କ ମଧ୍ୟରେମାର୍ନସ୍ ଲାବୁସେନ ୯୧, ୱିଲ ପୁକୋସ୍କି ୬୨ ଓ ମିଚେଲ ଷ୍ଟାର୍କ ୨୪ ରନ୍ କରିଥିଲେ । ଭାରତ ତରଫରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୪ଟି ୱିକେଟ୍ ନେଇଥିବା ବେଳେ ବୁମରା ଓ ଡେବୁଟାଣ୍ଟ୍ ନବଦୀପ ସାଇନି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.