ତେଲଦର ବୃଦ୍ଧି ନେଇ ଉଦ୍ଧବଙ୍କ କଟାକ୍ଷ: ସଚିନ-ବିରାଟଙ୍କ ଶତକ ଦେଖୁଥିଲୁ, ଏବେ ପେଟ୍ରୋଲ-ଡିଜେଲର ଶତକ ଦେଖୁଛୁ

ମୁମ୍ବାଇ – ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କେନ୍ଦ୍ର ଉପରେ କଟାକ୍ଷ କରିଛନ୍ତି । ସେ ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ କ୍ରିକେଟ ସହ ଯୋଡି କହିଛନ୍ତି ଆଗେ ଆମେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଶତକ ଦେଖୁଥିଲୁ, ଏବେ ଆମେ ପେଟ୍ରୋଲ-ଡିଜେଲ ଦରର ଶତକ ଦେଖୁଛୁ ।

ନିକଟରେ ଦଳୀୟ ମୁଖପତ୍ର ‘ସାମ୍‌ନା’ରେ ବି ତେଲଦର ବୃଦ୍ଧି ନେଇ ନରେନ୍ଦ୍ର ମୋଦି ସରକାର ଉପରେ ବର୍ଷିଥିଲା ଶିବସେନା । ‘ସାମ୍‌ନା’ର ଏକ ସଂପାଦକୀୟରେ ମୋଦିଙ୍କ ‘ଅଚ୍ଛେ ଦିନ’ ସ୍ଲୋଗାନ ନେଇ ଶିବସେନା ତାତ୍ସଲ୍ୟ କରିଥିଲା । ମୁମ୍ବାଇର ବହୁ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟରରେ ବର୍ତ୍ତମାନର ତେଲଦର ସହ ୨୦୧୫ର ଦର ସହ ତୁଳନା କରି ଶିବସେନା ମୋଦିଙ୍କୁ ତାଙ୍କର ‘ଅଚ୍ଛେ ଦିନ’ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲା ।

ଦେଶରେ ପେଟ୍ରୋଲ-ଡିଜେଲ ଦର ଏବେ ବେଲଗାମ୍ ହେବାରେ ଲାଗିଛି । ତେଲ ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ ଅନ୍ୟ ଅତ୍ୟାବଶକ୍ୟ ସାମଗ୍ରୀର ଦରଦାମ୍‌ରେ ବି ଏହାର ସିଧାସଳଖ ପ୍ରଭାବ ପଡିଛି । କିଛି ରାଜ୍ୟରେ ପେଟ୍ରୋଲ ଦର ୧୦୦ ଟପିଲାଣି । ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ନିରବତାକୁ ବିରୋଧୀ ସମାଲୋଚନା କରିଛନ୍ତି ।

Comments are closed.