କାଲିଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, କୋ-ୱିନ୍ ଆପ୍‌ରେ ସକାଳ ୯ରୁ ଆରମ୍ଭ ହେବ ପଞ୍ଜିକରଣ

ନୂଆଦିଲ୍ଲୀ – କରୋନା ବିରୋଧରେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ସୋମବାର ଠାରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ସହ ବିଭିନ୍ନ ଗମ୍ଭୀର ରୋଗରେ ପୀଡିତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଲଗାଯିବ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ମାର୍ଗଦର୍ଶିକା ଜାରି ହୋଇଛି ।

ଟିକାକରଣ ପାଇଁ କୋ-ୱିନ୍ ଆପ୍‌ରେ ପଞ୍ଜିକରଣ କରିବାକୁ ପଡିବ । ଏହି ଆପ୍‌ରେ ଗୋଟିଏ ପରିବାରର ସର୍ବାଧିକ ଚାରି ଜଣଙ୍କ ନାମ ପଞ୍ଜିକରଣ କରିହେବ । ହତାଧିକାରୀ ନିଜ ସୁବିଧା ଅନୁସାରେ ଟିକା ଗ୍ରହଣ କରିବା ତାରିଖ ଓ ସ୍ଥାନ ବାଛି ପାରିବେ ।

ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ପୂର୍ବରୁ କୌଣସି ଦୁରାରୋଗରେ ପୀଡିତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଘରୋଇ ହସ୍ପିଟାଲରେ ଟିକା ନେଇପାରିବେ । ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ମାଗଣା ଦିଆଯିବ । ଘରୋଇ ହସ୍ପିଟାଲରେ ଟିକା ନେଲେ ଡୋଜ୍ ପିଛା ୨୫୦ ଟଙ୍କା ଦେୟ ଲାଗିବ । କୋ-ୱିନ୍ ଆପ୍ ବ୍ୟତୀତ ଆରୋଗ୍ୟ ସେତୁ ଆପ୍ ଜରିଆରେ ବି ହିତାଧିକାରୀ ଟିକାକରଣ ପାଇଁ ନିଜର ନାମ ପଞ୍ଜିକରଣ କରିପାରିବେ ବୋଲି କେନ୍ଦ୍ର ତରଫରୁ କୁହାଯାଇଛି ।

Comments are closed.