ଥୁଆପଦରର ଓ ତାଲପାଲି ପିଇଓଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ

ଭବାନୀପାଟଣା- ଭିଜିଲାନ୍ସ ଜାଲରେ ଭବାନୀପାଟଣା ସଦର ବ୍ଲକ ଥୁଆପଦର ପଂଚାୟତର ପିଇଓ । ଆୟରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ନାଏକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭବାନୀପାଟଣା ଗୋଦାମପଡା ସ୍ଥିତ ତିନି ମହଲା କୋଠା ଓ ନିଜ ଗାଁ କଲମପୁର ବ୍ଲକ ଭେଲା ଗାଁରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ବିଭାଗ ।

ବରଗଡ ଜିଲ୍ଲା ଗାଇସିଲେଟ ତାଲପାଲି ପଞ୍ଚାୟତ ପିଇଓ ମଧ୍ୟ ଭିଜିଲାନ୍ସରେ ଜାଲରେ ଫସିଛନ୍ତି । ପିଇଓ ପାଣ୍ଡବ ନନ୍ଦଙ୍କ ଗାଇସିଲେଟ ସ୍ଥିତ ବାସଭବନରେ ଚଢାଉ ହୋଇଛି ।

Comments are closed.