କରୋନା ଅପଡେଟ୍‌: ଦେଶରେ ଆଉ ୨୦ ହଜାର ଆକ୍ରାନ୍ତ, ୨୧ ହଜାର ସୁସ୍ଥ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୨୦,୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧କୋଟି ୨ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଏହି ମହାମାରୀ ୨୭୯ ଲୋକଙ୍କ ଜୀବନ ନେଇଥିବା ବେଳେ ଆଉ ୨୧,୧୩୧ ଲୋକ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଏବେ କରୋନାରେ ୧ ଲକ୍ଷ ୪୭ ହଜାର ୯୦୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ରୋଗରୁ ୯୭ ଲକ୍ଷ ୮୨ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଏବେ କେବଳ ୨ ଲକ୍ଷ ୭୭ ହଜାର ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି । ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର) ତଥ୍ୟ ମୁତାବକ ଗତ ୨୪ ଘଣ୍ଟାରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ନମୁନା ପରୀକ୍ଷା କରାଯାଇଥିଲା । ଦେଶରେ ଏଯାବତ ମୋଟ ୧୬ କୋଟି ୮୮ ଲକ୍ଷ ନମୁନା ପରୀକ୍ଷା କରାଯାଇଛି ।

Comments are closed.