ଦିଲ୍ଲୀରେ ନୂଆବର୍ଷ ପାଳନ ଉପରେ କଟକଣା, ରାତ୍ରି କାଳୀନ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ – କରୋନା ମହାମାରୀ ଯୋଗୁଁ ରାଜଧାନୀରେ ନୂଆବର୍ଷ ପାଳନ ନିଷେଧ କରାଯାଇଛି। ୩୧ ଡିସେମ୍ବର ଏବଂ ୧ ଜାନୁଆରୀରେ ସକାଳ ୧୧ ଟାରୁ ୬ଟା ପର୍ଯ୍ୟନ୍ତ ଦିଲ୍ଲୀରେ ରାତ୍ରି କର୍ଫ୍ୟୁ ଲାଗିବ। କୋଭିଡକୁ ଦୃଷ୍ଟିରେ ରଖି ନୂଆ ବର୍ଷ ପାଳନ କରିବାକୁ ଲୋକଙ୍କ ତତ୍ପରତା ଦୃଷ୍ଟିରୁ
ଡିଡିଏମ୍ଏ ଏହି ନିର୍ଦ୍ଦେଶ ଜାରି କରିଛି। ସର୍ବସାଧାରଣ ସ୍ଥାନରେ ୫ ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । କୌଣସି ଉତ୍ସବ କିମ୍ବା ନୂଆବର୍ଷ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ।

ନୂଆ ବର୍ଷ ପାଇଁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଶୀତ ଋତୁରେ ଭିଡ଼ ଉପରେ କଟକଣା ଜାରି କରିବା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି।

Comments are closed.