ପୁଣି କୋରୋନା ସଂକ୍ରମଣ ନେଇ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କୋଭିଡ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ରାଜ୍ୟବାସୀଙ୍କ ସହଯୋଗରୁ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ୧୦୦ରୁ ତଳେ ରହୁଛି ଦୈନିକ କୋରୋନା ସଂକ୍ରମଣ । କୋରୋନା ନିୟନ୍ତ୍ରଣ ପାଇଁ ଓଡିଶାର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପ୍ରଶଂସା କରିଛି ।

ଏବେ ଦେଶର କିଛି ରାଜ୍ୟରେ କୋରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ମହାରାଷ୍ଟ୍ରର କିଛି ଅଂଚଳରେ ଲକ୍‌ଡାଉନ ଫେରିଛି । ଆମ ଯଦି ସତର୍କ ରହିବା,ତାହା ହେଲେ ଲକଡାଉନ ଜାରି ହେବ ନାହିଁ । ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । ସମସ୍ତଙ୍କୁ କୋଭିଡ ନିୟମ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି ।

ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସତର୍କ ରହିବା ହିଁ ମୃତ କୋରୋନା ଯୋଦ୍ଧାଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ ନବୀନ କହିଛନ୍ତି ।

Comments are closed.