ଦୁଇ ବାଘ ଛାଲ ବେପାରିକୁ ଗିରଫ କଲା ଛତିଶଗଡ଼ ପୋଲିସ

ଭବାନୀପାଟଣା: ସୋମବାର ବାଘ ଛାଲ ବେପାର ଅଭିଯୋଗରେ ଛତିଶଗଡ ପୋଲିସ ଦୁଇ ଜଣକୁ ଗିରଫ କରିଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଝାରବନ୍ଦ ଗ୍ରାମର ରମେଶ ନାଏକ ଓ ଗୋଳାମୁଣ୍ଡା ଥାନା ଅଧିନସ୍ତ ନକଟିକାନି ଗ୍ରାମର କେଶବ ମାଝୀ, ସେମାନଙ୍କଠାରୁ ଦୁଇଟି ବାଘ ଛାଲ ମଧ୍ୟ ଜବତ କରାଯାଇଛି ।                   

ସୂଚନା ଅନୁଯାୟୀ, କଳାହାଣ୍ଡିର ଏହି ଦୁଇ ବ୍ୟକ୍ତି ଏକ ମଟର ସାଇକଲ ଯୋଗେ ବାଘ ଛାଲ ଧରି ଛତିଶଗଡ଼ ରାଜ୍ୟ ଦେଭୋଗ ଥାନା ଧୂପକୋଟ ଗ୍ରାମର ଏକ ବନ୍ଧ ପାଖରେ ଗ୍ରାହକକୁ ଅପେକ୍ଷା କରିଥିଲେ। ପୂର୍ବରୁକୌଣସି ସୂତ୍ରରୁ ଖବର ପାଇ ଗରିଆ ବନ୍ଦ ଏସପି ସେମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ଗ୍ରାହକଙ୍କୁ ଅପେକ୍ଷା କରିଥିବା ସମୟରେ ହଟାତ  ଦେଭୋଗ ପୋଲିସ ଓ ସାଇବର ଟିମ୍ ସେଠାରେ ପହଂଚି ୨ ଅଭିଯୁକ୍ତଙ୍କୁ କାବୁ କରିଥିଲେ।ସେମାନଙ୍କ ଠାରୁ ୨ଟିବାଘ ଛାଲ ସହ ଏକ ହିରୋ ହୋଣ୍ଡା ଏଚ୍ଏଫ୍ ଡିଲକ୍ସ ମୋଟର ସାଇକଲ OD 08N0876 ଜବତ କରିଛନ୍ତି ।

Comments are closed.