ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି କହିଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଭୟଙ୍କର ବେଗରେ ବ୍ୟାପି ଚାଲିଥିବା ବେଳେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଏହାର ପଛରେ ଦୁଇଟି ପ୍ରମୁଖ କାରଣ ରହିଛି ବୋଲି କହିଛନ୍ତି ।

ଡକ୍ଟର ଗୁଲେରିଆ କହିଛନ୍ତି ଯେ କୋଭିଡ ମାମଲାରେ ବୃଦ୍ଧି ହେବାର ଅନେକ କାରଣ ଅଛି କିନ୍ତୁ ଏହା ପଛରେ ମୁଖ୍ୟତଃ ଦୁଇଟି କାରଣ ଉଲ୍ଲେଖନୀୟ । ଯେବେ ଜାନୁଆରୀ-ଫେବୃଆରୀରେ ଟୀକାକରଣ ଆରମ୍ଭ ହେଲା ଏବଂ ସଂକ୍ରମଣ ହ୍ରାସ ପାଉଥିଲା, ଲୋକମାନେ କୋଭିଡ ନିୟମ ପାଳନ କରିବା ବନ୍ଦ କରିଦେଲେ ଏବଂ ଏହି ସମୟରେ ଭାଇରସ୍ ପରିବର୍ତ୍ତିତ ରୂପ ସହ ଦ୍ରୁତ ଗତିରେ ବ୍ୟାପିଥିଲା ।

ଡକ୍ଟର ଗୁଲେରିଆ କହିଛନ୍ତି ଯେ ସାଧାରଣତଃ ଏହି ସମୟରେ ଆମ ଦେଶରେ ଅନେକ ଧାର୍ମିକ କାର୍ଯ୍ୟକ୍ରମ ହୁଏ ଏବଂ ନିର୍ବାଚନ ମଧ୍ୟ ଚାଲିଥାଏ। ଆମକୁ ବୁଝିବା ଉଚିତ୍ ଯେ ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ | ଧାର୍ମିକ ଭାବନା ଆଘାତ ନ ହେବା ଭଳି ଆମେ ଧାର୍ମିକ କାର୍ଯ୍ୟକଳାପକୁ ସୀମିତ ରଖିବା ସହ କୋଭିଡ ଗାଇଡ ଲାଇନ୍ ବି ପାଳନ କରିବା ଉଚିତ ।

ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ୬-୭ ମାସ ତୁଳନାରେ ଦିଲ୍ଲୀରେ ସମ୍ପ୍ରତି ସଂକ୍ରମଣର ବଡ଼ ଲମ୍ଫ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଂକ୍ରମଣ ନିୟନ୍ତ୍ରଣ ଦୃଷ୍ଟିରୁ ଅତୀତରେ ଆମେ ଯାହା କରୁଥିଲୁ ତାହା ପୁଣି କରିବାର ଆବଶ୍ୟକତା ଅଛି ବୋଲି ଡକ୍ଟର ଗୁଲେରିଆ କହିଛନ୍ତି ।

Comments are closed.