ଦେଶରେ କରୋନା ସଂକ୍ରମଣ ପୁଣି ରେକର୍ଡ ଭାଙ୍ଗିଲା, ଦିନକରେ ୧.୩୧ ଲକ୍ଷ ମାମଲା, ୭୮୦ ମୃତ

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣି ପ୍ରତିଦିନ ନୂଆ ରେକର୍ଡ କରୁଛି । ଏପରିକି ଗତବର୍ଷ ତୁଳନାରେ ସ୍ଥିତି ଆହୁରି ଭୟଙ୍କର ହୋଇଛି । ଗତ ୨୪ ଘଣ୍ଟାରେ ଭାରତରେ ୧୩୧,୯୬୮ ମାମଲା ସାମ୍ନାକୁ ଆସିଛି । ଦୈନିକ ସଂକ୍ରମଣରେ ଏହା ହେଉଛି ସର୍ବକାଳୀନ ରେକର୍ଡ । ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ଚାରି ଥର ଏକ ଲକ୍ଷ ଟପିଛି । ଏହା ପୂର୍ବରୁ ଏପ୍ରିଲ ୪, ୬ ଓ ୭ରେ ଦୈନିକ ମାମଲା ଲକ୍ଷେ ଟପିଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦିନକରେ ଏହି ରୋଗରେ ପୁଣି ୭୮୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଆଉ ୬୧,୮୯୯ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଭାରତରେ ଏବେ ମୋଟ କରୋନା ମାମଲା ୧ କୋଟି ୩୦ ଲକ୍ଷ ୬୦ ଜାର ୫୪୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୬୭ ହଜାର ୬୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୧୯ ଲକ୍ଷ ୧୩ ହଜାର ୨୯୨ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ଏବେ ୯ ଲକ୍ଷ ୭୯ ହଜାର ୬୦୮କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁ, ପଞ୍ଜାବ ଓ ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ ଗ୍ରାଫ୍ ଊର୍ଦ୍ଧ୍ୱମୁହାଁ ରହିଛି । ଗତକାଲି ମହାରାଷ୍ଟ୍ରରେ ୫୬,୨୮୬ ମାମଲା ଆସିଥିଲା ଏବଂ ୩୭୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଗତବର୍ଷ ଭଳି ମହାରାଷ୍ଟ୍ର ଦ୍ୱିତୀୟ ଲହରୀରେ ବି ଦେଶର କରୋନା ହଟ୍‌ସ୍ପଟ୍ ପାଲଟିଛି ।

Comments are closed.