ଗଞ୍ଜାମ ଜିଲ୍ଲାର ଦର୍ଶନୀୟ ସ୍ଥାନରେ ଭିଡ ହ୍ରାସ ପାଇଁ ପ୍ରଶାସନର ପଦକ୍ଷେପ

ବ୍ରହ୍ମପୁର – କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଦର୍ଶନୀୟ ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ କମ୍ କରିବାକୁ ପଦକ୍ଷେପ ସଂପର୍କରେ ଘୋଷଣା କରାଯାଇଛି । ଏଣିକି ଗୋପାଳପୁର ଓ ସୁନାପୁର ବେଳାଭୂମି ପ୍ରତି ଶନିବାର ଓ ରବିବାର  ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।

ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ଜଳାଶୟ ସୋମବାର ବନ୍ଦ ରହିବ । ମାଆ ତାରାତାରିଣୀ ମନ୍ଦିର ପ୍ରତି ବୁଧବାର ବନ୍ଦ ରହିବ ।

ଜନସାଧାରଣ ଏ ଦିଗରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଆହ୍ୱାନ ଦେଇଛି ।

Comments are closed.