ଦ୍ରୁତ ସାଇକଲ ଚାଳନାରେ ଭାରତୀୟ ସେନା ଅଧିକାରୀଙ୍କ ଗିନିସ୍ ୱାର୍ଲ୍ଡ ରେକର୍ଡ

ନୂଆଦିଲ୍ଲୀ – ଦ୍ରୁତ ସାଇକଲ ଚାଳନାରେ ଭାରତୀୟ ସେନାର ଲିଉଟନାଣ୍ଟ୍ କଲୋନେଲ ଭାରତ ପାନ୍ନୁ ଦୁଇଟି ଗିିନିସ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି ।

ସେ ଗତବର୍ଷ ଅକ୍ଟୋବରରେ ଲେହରୁ ମନାଲି ପର୍ଯ୍ୟନ୍ତ ୪୭୨ କିଲୋମିଟର ଦୂରତାକୁ ସାଇକଲ୍‌ରେ କେବଳ ୩୫ ଘଣ୍ଟା ୨୫ ମିନିଟ୍‌ରେ ଅତିକ୍ରମ କରି ଗିନିସ୍ ୱାର୍ଲ୍ଡ ରେକର୍ଡ କରିଥିଲେ ।

ପାନ୍ନୁ ପୁଣି ଦିଲ୍ଲୀ, ମୁମ୍ବାଇ ଚେନ୍ନାଇ ଓ କୋଲକାତାକୁ ସଂଯୋଗ କରୁଥିବା ୫୯୪୨ କିଲୋମିଟର ବିଶିଷ୍ଟ ସ୍ୱର୍ଣ୍ଣ ଚତୁୁର୍ଭୁଜ ରୁଟ୍‌ରେ ସାଇକଲ ଯାତ୍ରାକୁ ମାତ୍ର ୧୪ ଦିନ ୨୩ ଘଣ୍ଟା ଓ ୫୨ ମିନିଟ୍‌ରେ ଶେଷ କରି ଦ୍ୱିତୀୟ ଗିନିସ୍ ରେକର୍ଡ କରିଥିଲେ ।

ନିକଟରେ ସେ ତାଙ୍କର ଏହି ଦୁଇ କୀର୍ତ୍ତିମାନ ପାଇଁ ଗିନିସ୍ ୱାର୍ଲ୍ଡ ରେକର୍ଡ ସାର୍ଟିଫିକେଟ୍ ପାଇଛନ୍ତି ବୋଲି ଭାରତୀୟ ସେନା ତରଫରୁ କୁହାଯାଇଛି ।

Comments are closed.