ନକଲି ଏମଡିଙ୍କ ଗୁମର ଖୋଲୁଛନ୍ତି ଅସଲି ପିଏ, ଆକାଶଙ୍କ କାରନାମା ସଂପର୍କରେ ମିଳୁଛି ନୂଆ ନୂଆ ତଥ୍ୟ

ଭୁବନେଶ୍ୱର- ଟାଟା ମୋଟର୍ସ ଠକେଇ ମାମଲାରେ ଆକାଶ ପାଠକଙ୍କ ସଂପୃକ୍ତି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ନକଲି ଏମଡି ଆକାଶଙ୍କ ଗୁମର ଖୋଲୁଛନ୍ତି ତାଙ୍କର ଅସଲ ପିଏ ଥିବା ପିଟର ଡେଭିଡ୍ । କ୍ରାଇମବ୍ରାଂଚ ପକ୍ଷରୁ ଜେରା କରାଯିବା ବେଳେ ସେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଛନ୍ତି । ଏହାକୁ ଆଧାର କରି କ୍ରାଇମବ୍ରାଂଚ ତଦନ୍ତକୁ ଆଗକୁ ବଢାଇଛି । ଏଥିପାଇଁ ଖୁବ୍ ଶାୀଘ୍ର ଆକାଶଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ୍ । ହେଲେ ଠକେଇ ସିଣ୍ଡିକେଟ୍ ନେଇ ତଥ୍ୟ ସ୍ପଷ୍ଟ ହେବାରେ ଲାଗିଛି ।

କ୍ରାଇମବ୍ରାଂତ ହାତରେ ଲାଗିଥିବା ତଥ୍ୟରୁ ଜଣାପଡିଛି ଯେ, ବ୍ରହ୍ମପୁରର ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଭି. ସର୍ବେଶ୍ୱର ରାଓ ଅଭଯୁକ୍ତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅତି ନିକଟତର । ଟାଟା ମୋଟର୍ସ ଠକେଇରେ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିବାରେ ସେ ବି ସାମିଲ ଥିଲେ ବୋଲି ଜଣାପଡିଛି । ସର୍ବେଶ୍ୱରଙ୍କୁ ଆକାଶଙ୍କ ସହ ପରିଚୟ କରାଇଥିଲେ ପ୍ରଦୀପ ପାଣିଗ୍ରାହୀ । ତିନି ଜଣ ଯାକ ଭୁବନେଶ୍ୱରରେ ଚାକିରି ଠକେଇର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିବା ଜଣାପଡିଛି । ପିଟର ଡେଭିଡଙ୍କୁ ଜେରାରୁ ଏସବୁ ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିଛି । ତେବେ ଏ ଦିଗରେ ଅଧିକ ଖୋଳତାଡ କରିବାକୁ ଆକାଶଙ୍କୁ କ୍ରାଇମବ୍ରାଂଚ ରିମାଣ୍ଡରେ ନେବାକୁ ଚାହୁଁଛି । ଏଥିପାଇଁ ଖୁବ୍ ଶୀଘ୍ର କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଂଚ୍ ।

Comments are closed.