ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ଶିଶୁ ଅଧିକାର କମିଶନଙ୍କ ସୂଚନା, ଆବଶ୍ୟକ ପଡିଲେ ଓଟିଭି ଏମଡିଙ୍କୁ ହାଜର ହେବା ପାଇଁ କୁହାଯିବ

ଭୁବନେଶ୍ୱର- ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଭୁବନେଶ୍ୱର ଡିସିପିଙ୍କୁ ମଗାଯାଇଥିବା ରିପୋର୍ଟ ହସ୍ତଗତ ହୋଇଛି ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର କମିଶନ । ଓଟିଭି ଏମଡିଙ୍କଠାରୁ ମଧ୍ୟ ରିପୋର୍ଟ ମିଳିଥିବା କମିଶନ ପକ୍ଷରୁ କୁହାଯାଇଛି ।

ଆବଶ୍ୟକ ହେଲେ ଓଟିଭି ଏମଡିଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଡକାଯିବ । ଡିସିପିଙ୍କ ରିପୋର୍ଟ ଅନୁସାରେ ଏବେ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି । ତେବେ, ତଦନ୍ତରେ ବିଳମ୍ବ ନେଇ କ୍ରାଇମବ୍ରାଂଚକୁ ରିପୋର୍ଟ ମଗାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ଆୟୋଗ ପକ୍ଷରୁ କୁହାଯାଇଛି ।

Comments are closed.