ସରୁଅ ଜମି ଦୁର୍ନୀତି ମାମଲାରେ ଓଟିଭି ସିଏଫଓ ମନୋରଂଜନ ଷଡଙ୍ଗୀଙ୍କୁ କ୍ରାଇମବ୍ରାଂଚର ପଚରାଉଚରା

ଭୁବନେଶ୍ୱର- ଖୋର୍ଧା ଜିଲ୍ଲା ସରୁଅରେ ଓଟିଭି ବିରୋଧରେ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ଓଟିଭି ସିଏଫଓ ମନୋରଂଜନ ଷଡଙ୍ଗୀଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଂଚ । ଆଦିବାସୀ ଓ ଦଳିତ ଜମିକୁ କମ୍ ଟଙ୍କାରେ ଦଳିତଙ୍କ ନାଁରେ କିଣାଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏହି ଦୁର୍ନୀତି ଘଟଣାରେ କ୍ରାଇମବ୍ରାଂଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଓଡିଶା ଇନଫ୍ରାଟେକର ପୂର୍ବତନ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କ ନାଁରେ ଜମି କିଣାଯାଇଥିଲା । ଓଟିଭି ସିଏଫଓ ମନୋରଂଜନଙ୍କ ତତ୍ୱାବଧାନରେ ଜମି କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ କ୍ରାଇମବ୍ରାଂଚରେ ହାଜର ହୋଇଥିଲେ ମନୋରଂଜନ ।

Comments are closed.