ନାବାଳିକା ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା,ଘଟଣାସ୍ଥଳ ପରିଦର୍ଶନ କଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର-ବ୍ରହ୍ମପୁର ଗୋଳନ୍ଥରା ନିକଟରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲାରେ ଏସପି ପିନାକ ମିଶ୍ର ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ନାବାଳିକାଙ୍କ ପରିବାର ଲୋକଙ୍କ ସହ ଏସପି ଆଲୋଚନା କରିଛନ୍ତି । ଗୁୁରୁତର ଆହତ ନାବାଳିକା କଟକ ବଡ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉଛି ବୋଲି ଏସପି ପିନାକ ମିଶ୍ର ସୂଚନା ଦେବା ସହ ପରିବାର ଲୋକଙ୍କୁ ସୁରକ୍ଷା ଦିଆଯିବ ବୋଲି କହିଛନ୍ତି ।

Comments are closed.