ସଂସଦର ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ – ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ ସହିତ ଆଜି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଉଭୟ ଗୃହକୁ ସମ୍ବୋଧନ ଆରମ୍ଭରୁ ରାଷ୍ଟ୍ରପତି ପ୍ରଥମେ ଗତ ବର୍ଷ ଆସିଥିବା କରୋନା ସମେତ ଅନେକ ସଙ୍କଟ, ସୀମାରେ ଉତ୍ତେଜନା ବିଷୟରେ ଉଲ୍ଲେଖ କରିଥିଲେ। ଏହା ସହ ରାଷ୍ଟ୍ରପତି କହିଛନ୍ତି ଯେ ଅନେକ ସଙ୍କଟ ସତ୍ତ୍ୱେ ଦେଶ ଦୃଢ ଭାବେ ଠିଆ ହୋଇଛି। ରାଷ୍ଟ୍ରପତି କହିଛନ୍ତି ଯେ ଚ୍ୟାଲେଞ୍ଜ ଯେତେ ବଡ଼ ହେଉ ପଛେ ନା ଆମେ ଅଟକିବୁ ନା ଭାରତ ଅଟକିବ।

ଗତ ବର୍ଷ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ କରୋନାରେ ୬ ଜଣ ସାଂସଦଙ୍କ ସମେତ ଦେଶର ଅନେକ ଲୋକଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ ରାଷ୍ଟ୍ରପତି କରୋନା ସମୟରେ ସରକାରଙ୍କ ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ବିଷୟରେ ସେ କହିଛନ୍ତି ଯେ ସଙ୍କଟ ସମୟରେ ସରକାର ଦେଶର ସାଧାରଣ ଲୋକଙ୍କ ସହ କିପରି ଛିଡା ହୋଇଛନ୍ତି। ଏହା ସହିତ ସେ ଆତ୍ମନିର୍ଭରଶୀଳ ଭାରତର ମନ୍ତ୍ରକୁ ଆଗକୁ ନେବାକୁ ମଧ୍ୟ ଆହ୍ୱାନ ଦେଇଥିଲେ ।

Comments are closed.