ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ, ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର

ନୟାଗଡ- ବହୁଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତର ବୟସ ମାମଲା ନେଇ ରାୟ ପ୍ରକାଶ କରିଛନ୍ତି ନୟାଗଡ ପକ୍ସୋ କୋର୍ଟ । ୧୮ ବର୍ଷରୁ କମ୍ ଥିବାରୁ ଅଭିଯୁକ୍ତକୁ ଜୁଭେଇନାଲ କୋର୍ଟରେ ହାଜର କରିବାକୁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତର ବୟସ ନେଇ ସ୍କୁଲ ସାର୍ଟିଫିକେଟ ଓ ଜନ୍ମ ପ୍ରମାଣପତ୍ର ଦିଆଯାଇଥିଲା । ଅଭିଯୁକ୍ତର ମାଆ ଓ ଭଉଣୀଙ୍କ ବୟାନ ମଧ୍ୟ ରେକର୍ଡ ହୋଇଥିଲା ।

Comments are closed.