ନୀତି ଆୟୋଗ ରିପୋର୍ଟରେ ‘ଓଡିଶା ମିଲେଟ ମିଶନ’ ଓ ‘ମୋ ଉପକାରୀ ବଗିଚା’ ଯୋଜନାକୁ ଭୂୟସୀ ପ୍ରଶଂସା

ନୂଆଦିଲ୍ଲୀ -ଓଡିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଓଡିଶା ମିଲେଟ ମିଶନ ମୋ ଉପକାରୀ ବଗିଚା ଯୋଜନାକୁ ନୀତି ଆୟୋଗ ରିପୋର୍ଟରେ ଭୂୟସୀ ପ୍ରଶଂସା କରାଯାଇଛି । ନୀତି ଆୟୋଗର ସଦ୍ୟ ପ୍ରକାଶିତ ରିପୋର୍ଟରେ ଉପରୋକ୍ତ ଦୁଇଟି କାର୍ଯ୍ୟକ୍ରମ ସ୍ଥାନ ପାଇଛି ।

‘ହେଲଥ ଆଣ୍ଡ୍ ନ୍ୟୁଟ୍ରିସନ ପ୍ରାକ୍ଟିସ ଇନସାଇଟ୍ସ’ ଶୀର୍ଷକ ରିପୋର୍ଟରେ ରାଜ୍ୟ ସରକାରଙ୍କ ଓଡିଶା ମିଲେଟ ମିଶନ ଓ ମୋ ଉପକାରୀ ବଗିଚା ଯୋଜନାକୁ ପ୍ରଶଂସା କରାଯିବା ସହ ଏହା ଦ୍ୱାରା ତୃଣମୂଳ ସ୍ତରରେ କିପରି ପରିବର୍ତ୍ତନ ଆସିଛି,ତାହା ଦର୍ଶାଯାଇଛି । ଓଡିଶା ମିଲେଟ ମିଶନ ଦ୍ୱାରା ମାଣ୍ଡିଆ ଚାଷ ପ୍ରତି କିପରି ଅଧିକରୁ ଅଧିକ ଚାଷୀ ଆକୃଷ୍ଟ ହୋଇଛନ୍ତି, ତାହା ନୀତି ଆୟୋଗ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସେହିପରି ମୋ ଉପକାରୀ ବଗିଚା ଯୋଜନା ଦ୍ୱାରା ମହିଳା ଓ ଶିଶୁଙ୍କ ମଧ୍ୟରେ ଖାଦ୍ୟ ବିବିଧତାରେ ଉନ୍ନତି ଆସିଛି ବୋଲି ଆୟୋଗର ରିପୋର୍ଟରେ କୁହାଯାଇଛି ।

Comments are closed.