ନୂଆ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର- ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ନେଲେ ନୂଆ ଦାୟିତ୍ୱ । ଆଜି ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେଲା ପରେ ସେ ପରିଷଦର କାର୍ଯ୍ୟାବଳୀର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଡିସେମ୍ବର ୩୧ତାରିଖରେ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ । ଅବସର ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ତାଙ୍କ ସ୍ଥାନରେ ସୁରେଶ ଚନ୍ଦ୍ର ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ।

Comments are closed.