ଟିକାକରଣ ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧନମନ୍ତ୍ରୀଙ୍କ ଆଲୋଚନା, ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେବାକୁ ଯାଉଥିବା କୋଭିଡ ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାରେ ୩ କୋଟି ଲୋକଙ୍କୁ ଦିଆଯିବ ଟିକା ।

ପ୍ରଥମ ପର୍ଯ୍ୟାୟ ଟିକାକରଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ମୋଦି କହିଛନ୍ତି । କୋୱିନ ୱେବସାଇଟରେ ଟିକାକରଣର ତଥ୍ୟ ଅପଡେଟ୍ କରାଯିବ । ଟିକାକରଣର ପ୍ରକ୍ରିୟା ଉପରେ ସତର୍କ ଦୃୃଷ୍ଟି ରଖିବା ପାଇଁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଟିକାକୁ ନେଇ କୌଣସି ଅପପ୍ରଚାରକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅପପ୍ରଚାର ରୋକିବା ଦାୟିତ୍ୱ ରାଜ୍ୟ ସରକାରମାନଙ୍କର ବୋଲି ସେ କହିଛନ୍ତି ।

କୋରୋନା ବିରୋଧୀ ଲଢେଇରେ ଭାରତ ଏକ ନିର୍ଣ୍ଣାୟକ ମୋଡରେ ପହଂଚିଛି । ଜାନୁଆରୀ ୧୬ ତାରିଖରେ ବିଶ୍ୱରେ ସବୁଠାରୁ ବଡ ଟିକାକରଣ ଅଭିଯାନ ଭାରତରେ ହେବ । ଆହୁରି ୪ଟି ଟିକା ଅନୁମତି ଦୌଡରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତର ପ୍ରଭାବଶାଳୀଟିକା ବିଶ୍ୱର ସବୁଠୁ କମ୍ ମୂଲ୍ୟରେ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Comments are closed.