ନେତା, ସରକାରୀ କର୍ମଚାରୀଙ୍କ ପାଇଁ ସଂପତି ତାଲିକା ଦାଖଲ ବାଧ୍ୟତାମୂଳକ

ଭୁବନେଶ୍ୱର- ରାଜ୍ୟ କ୍ୟାବିନେଟ ବୈଠକରେ ଏକାଧିକ ଗୁରତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଣିକି ସରପଂଚଙ୍କଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତଙ୍କ ପାଇଁ ସଂପତି ତାଲିକା ଘୋଷଣା ବାଧ୍ୟତାମୂଳକ କରାଯାଇଛି । ସରକାରୀ କର୍ମଚାରୀମାନେ ମଧ୍ୟ ସେମାନଙ୍କ ସଂପତି ତାଲିକା ଘୋଷଣା କରିବେ । ଦାଖଲ ସଂପତି ତାଲିକା ସର୍ବସାଧାରଣଙ୍କ ସୂଚନା ପାଇଁ ଅନଲାଇନରେ ଜାରି କରାଯିବ । ତାଲିକାର ଏକକିତା ନକଲ ଲୋକାୟୁକ୍ତଙ୍କ ଅବଗତି ପାଇଁ ପଠାଯିବ ବୋଲି କ୍ୟାବିନେଟରେ ନିଷ୍ପତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ସରକାରୀ ସ୍କୁଲରୁ ପାସ୍ ହୋଇଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସଂରକ୍ଷଣ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି ।

Comments are closed.