ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଗଠନର ଅନ୍ୟତମ ପୁରୋଧା ତଥା ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଆଜି ଜୟନ୍ତୀ । ସେହି ମହାନ ପୁରଷଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରୁଥିବା କାଳଜୟୀ ସୃଷ୍ଟି ଓ ସମାଜ ସଂସ୍କାର ଦିଗରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି ।

Comments are closed.