ପର୍ଯ୍ୟଟନର ପ୍ରସାର ପାଇଁ ପଦକ୍ଷେପ : କାଲିଠାରୁ ରାଜ୍ୟର ୫ଟି ଜାଗାରେ ଇକୋ ରିଟ୍ରିଟ୍

ଭୁବନେଶ୍ୱର-ରାଜ୍ୟରେ ପର୍ଯ୍ୟଟନର ପ୍ରସାର ପାଇଁ ସରକାରଙ୍କ ଉଦ୍ୟମ ସ୍ୱରୂପ ୫ଟି ପଯ୍ୟଟନସ୍ଥଳୀରେ ଆରମ୍ଭ ହେବାକୁ ଯାଉଛି ଇକୋ-ରିଟ୍ରିଟ୍ । ଗତବର୍ଷ କୋଣାର୍କ ଇକୋ ରିଟ୍ରିଟର ସଫଳତାକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷାମୂଳକ ଭାବେ ୫ଟି ସ୍ଥାନରେ ଆୟୋଜନ କରାଯାଉଛି ଇକୋ ରିଟ୍ରିଟ୍ । କୋରୋନା ଯୋଗୁଁ ୮ ମାସ ଧରି ପ୍ରଭାବିତ ହୋଇଥିବା ରାଜ୍ୟର ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାରରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି । ଏଥର କୋଣାର୍କ ସମେତ ଭିତରକନିକା, ହୀରାକୁଦ, ସାତକୋଶିଆ, ଦାରିଙ୍ଗବାଡିରେ ମଧ୍ୟ ଇକୋ ରିଟ୍ରିଟ ଆୟୋଜନ ହେଉଛି । ପର୍ଯ୍ୟଟନ ସଚିବ ସଚିନ ଆର୍ ଯାଦବଙ୍କ କହିଛନ୍ତି ଯେ, ଆଶା ମୁତାବକ ବୁକିଂ ହେଉଛି ଓ ଅନଲାଇନରେ ଅଧିକାଂଶ ବୁକିଂ ହେଉଛି । ଇକୋ ରିଟ୍ରିଟ ଆଜିଠାରୁ ଆରମ୍ଭ ହେବାର ଥିଲେ ମଧ୍ୟ ଭାରତବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଏହା ଉଦଘାଟନ କରାଯିବ ।

Comments are closed.