ପଶ୍ଚିମବଙ୍ଗ ନିର୍ବାଚନ: କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୪୫ଟି ଆସନ ପାଇଁ କଡ଼ ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଛି। ଉତ୍ତର ବଙ୍ଗଳା ଏବଂ ଦକ୍ଷିଣ ବଙ୍ଗଳାର ୬ଟି ଜିଲ୍ଲାରେ ୪୫ଟି ଆସନ ପାଇଁ ୩୪୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଏଥିରେ ସିଲିଗୁଡି ମେୟର ଅଶୋକ ଭଟ୍ଟାଚାର୍ଯ୍ୟ, ରାଜ୍ୟ ମନ୍ତ୍ରୀ ବ୍ରତ୍ୟ ବୋଷ୍ ଏବଂ ବିଜେପିର ସମିକ ଭଟ୍ଟାଚାର୍ଯ୍ୟଙ୍କ ମଧ୍ୟ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ ହେବ। ଏହି ପର୍ଯ୍ୟାୟରେ ମୋଟ ୧.୧୩ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଉତ୍ତର ୨୪ ପ୍ରଗଣାରେ ୧୬ଟି, ପୁର୍ବ ବର୍ଦ୍ଧମାନ ଏବଂ ନାଦିଆର ୮-୮, ଜଲପାଇଗୁଡିର ସାତ, ଦାର୍ଜିଲିଂର ପାଞ୍ଚଟି ଏବଂ କାଲିମ୍ପୋଙ୍ଗ ଜିଲ୍ଲାର ଗୋଟିଏ ନିର୍ବାଚନମଣ୍ଡଳୀର ମୋଟ ୧୫,୭୮୯ ମତଦାନ କେନ୍ଦ୍ରରେ ଆଜି (ଏପ୍ରିଲ ୧୭) ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ
ଭୋଟ୍ ଗ୍ରହଣ ଚାଲିବ ।

Comments are closed.