ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିମାନକୁ ନିଜ ବାୟୁସୀମା ବ୍ୟବହାର ପାଇଁ ଅନୁମତି ଦେଲା ଭାରତ

ନୂଆଦିଲ୍ଲୀ –ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିମାନକୁ ନିଜ ବାୟୁସୀମା ବ୍ୟବହାର ପାଇଁ ଭାରତ ଅନୁମତି ଦେଇଛି । ଭାରତୀୟ ବାୟୁସୀମା ଦେଇ ଇମ୍ରାନ୍ ଆଜି ଶ୍ରୀଲଙ୍କା ଗସ୍ତ କରିବେ ।

ଉଲ୍ଲେଖଯୋଗ୍ୟ ୨୦୧୯ରେ ଆମେରିକା ଓ ସାଉଦି ଆରବ ଗସ୍ତ ବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ନିଜ ବାୟୁସୀମା ବ୍ୟବହାର କରିବାକୁ ପାକିସ୍ତାନ ମନା କରିଦେଇଥିଲା । କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ନିଜ ବାୟୁସୀମାରେ ପ୍ରବେଶ ପାଇଁ ଅନୁମତି ଦେଇ ଭାରତ ନିଜ ମହାନତାର ପରିଚୟ ଦେଇଛି ।

Comments are closed.