ପୁଣି ଉପରମୁହାଁ ହେଉଛି କରୋନା ଗ୍ରାଫ୍‌, କ୍ରମାଗତ ଦ୍ୱିତୀୟ ଦିନ ୧୬ ହଜାର ଉପରେ ଦୈନିକ ମାମଲା

ନୂଆଦିଲ୍ଳୀ – ଭାରତରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେବାରେ ଲାଗିଛି । କ୍ରମାଗତ ଦ୍ୱିତୀୟ ଦିନ ଧରି ଦେଶରେ ୧୬ ହଜାରରୁ ଊର୍ଦ୍ଧ୍ୱ ଦୈନିକ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୬,୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ କରୋନା ମାମଲା ୧ କୋଟି ୧୦ ଲକ୍ଷ ୬୩,୪୯୧କୁ ବୃଦ୍ଧି ପାଇଛି । ଏହି ରୋଗରେ ଆଉ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୬ ହଜାର ୮୨୫ରେ ପହଞ୍ଚିଛି । ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ଏବେ ୧ କୋଟି ୭ ଲକ୍ଷ ୫୦,୬୮୦କୁ ବୃଦ୍ଧି ପାଇଛି । ତେବେ ଗତ କିଛି ଦିନ ହେଲା ସକ୍ରିୟ ମାମଲା ପୁଣି ବଢ଼ିଛି । ଦେଶରେ ଏବେ ୧ ଲକ୍ଷ ୫୫ହଜାର ୯୮୬ ସକ୍ରିୟ ମାମଲା ରହିଛି ।

ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ବିିଗିଡିବାରେ ଲାଗିିଛି । ଗତ ୨୪ ଘଣ୍ଟାରେ ଏହି ରାଜ୍ୟରେ ୮,୭୦୨ ମାମଲା ରେକର୍ଡ କରାଯାଇଛି । ମହାରାଷ୍ଟ୍ର ବ୍ୟତୀତ, କେରଳ, ପଞ୍ଜାବ, ତାମିଲନାଡୁ, କର୍ଣ୍ଣାଟକ ଓ ଗୁଜରାଟରେ ବି ସଂକ୍ରମଣ ବଢ଼ୁଛି ।

Comments are closed.