ମିଶନ ଶକ୍ତିକୁ ନବୀନଙ୍କ ପ୍ରଶଂସା, କହିଲେ ଓଡିଶାର ମହିଳା ସଶକ୍ତିକରଣ ଦେଶ ପାଇଁ ମଡେଲ

ଭୁବନେଶ୍ୱର- ମିଶନ ଶକ୍ତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକି ପକ୍ଷରୁ ଏଫଏଲଓ ଓଡିଶା ପୁରସ୍କାର ସମାରୋହରେ ଉଦବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିକୁ ପ୍ରଶଂସା କରିଛନ୍ତି ।

ଓଡିଶାର ମହିଳା ସଶକ୍ତିକରଣ ଦେଶ ପାଇଁ ମଡେଲ ବୋଲି କହିଛନ୍ତି ନବୀନ । ମିଶନ ଶକ୍ତି ପାଇଁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବଡ ବିପ୍ଲବ ହୋଇଛି । ଗ୍ରାମାଂଚଳରେ ମହିଳାଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଛି । କ୍ରୀଡା କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ କୃତିତ୍ୱ ବାସଲ କରିଛନ୍ତି ମହିଳା ।

ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହୁ ବୋଲି ପୁଣି ଥରେ କହିଛନ୍ତି ନବୀନ । ଏଫଏଲଓ ଓଡିଶା ମୁଖ୍ୟ ଧରିତ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.