ପୁଣେରେ ପୁଣି ଲାଗୁ ହେଲା ରାତ୍ରିକାଳିନ କର୍ଫ୍ୟୁ

ପୁଣେ – ମହାରାଷ୍ଟ୍ରରେ କରୋନା ମାମଲା ପୁଣି ବଢ଼ୁଥିବା ବେଳେ ରାଜ୍ୟ ସରକାର କୋଭିଡ୍ କଟକଣା କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଦ୍ୱିତୀୟ ବୃହତମ ସହର ପୁଣେରେ ପୁଣିଥରେ ରାତ୍ରିକାଳନୀ କଫ୍ରୁ୍ୟ ଜାରି କରାଯାଇଛି । ଜରୁରୀ ସେବାକୁ ଛାଡ଼ି ରାତି ୧୧ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ସବୁ ଦୋକାନ, ବଜାର ବନ୍ଦ ରହିବ । ଫେବୃୟାରୀ ୨୮ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜ୍ ମଧ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଠାରୁ ପୁଣେରେ ଏହି କଟକଣା ଲାଗୁ ହେବ ।

ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ।
ମହାରାଷ୍ଟ୍ରରେ ଲଗାତର ଦ୍ୱିତୀୟ ଦିନ ପାଇଁ ୬ ହଜାରରୁ ଊର୍ଦ୍ଧ୍ୱ ଦୈନିକ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨୮୧ ନୂଆ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ୧୭୦୦ରୁ ଊର୍ଦ୍ଧ୍ୱ ମାମଲା କେବଳ ଅମରାବତୀ ନଗର ନିଗମରେ ହିଁ ରେକର୍ଡ କରାଯାଇଛି । ରାଜ୍ୟରେ ମୋଟ କରୋନ ମାମଲା ୨୦,୯୩,୯୧୩କୁ ବୃଦ୍ଧି ପାଇଥିବା ବେଳେ ଏଯାବତ ଏହି ରୋଗରେ ୫୧,୭୫୩ ଲୋକଙ୍କ ମୃତ୍ୟୁ ହୋଇଛି ।

Comments are closed.