ମମତାଙ୍କ ପୁତୁରା ଅଭିଷେକଙ୍କ ପତ୍ନୀଙ୍କୁ ସିବିଆଇ ସମନ୍‌

କୋଲକାତା – କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜୁରାଙ୍କୁ ସମନ ଜାରି କରିଛି । ସିବିଆଇର ଏକ ଟିମ୍ ଆଜି ଅଭିଷେକଙ୍କ ଘରକୁ ଯାଇ ଏହି ସମନ୍ ଦେଇଛନ୍ତି । ତେବେ ସେହି ସମୟରେ ରୁଜୁରା ଘରେ ନଥିଲେ । ସିବିଆଇ ଅଧିକାରୀ ତାଙ୍କ ସ୍ୱାମୀ ଅଭିଷେକଙ୍କୁ ଏହି ନୋଟିସ୍ ହସ୍ତାନ୍ତର କରି ଫେରି ଆସିଥିଲେ । ଯେବେ ରୁରୁଜା ଉପଲବ୍ଧ ହେବେ, ସେବେ ପୁଣି ସିବିଆଇ ଟିମ୍ ତାଙ୍କ ଘରକୁ ଯାଇ କୋଇଲା ଚୋରା ଚାଲାଣ ମାମଲାରେ ତାଙ୍କୁ ପଚରା ଉଚରା କରିବ ।
ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ନେତାମାନେ ନିୟମିତ ବ୍ୟବଧାନରେ କୋଇଲା ମାଫିଆଙ୍କ ଠାରୁ ମୋଟାଅଙ୍କର ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଛି । ଅଭିଷେକଙ୍କ ନେତୃତ୍ୱାଧୀନ ଦଳର ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ବିଜୟ ମିଶ୍ରଙ୍କ ଜରିଆରେ ଏହି ସବୁ ଟଙ୍କା କାରବାର ହେଉଥିଲା । ଡିସେମ୍ବର ୩୧ରେ ସବିଆଇ ବିନୟ ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲା । ବିନୟ ଏବେ ଫେରାର୍ ଅଛନ୍ତି । ତାଙ୍କ ବିରୋଧରେ ପୋଲିସ୍ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି ।

Comments are closed.