ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପୁରୀକୁ ବିଶ୍ୱ ଐତିହ୍ୟ ସହର ଓ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ଗଢି ତୋଳିବାକୁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି । ଏବେ ପୁରୀକୁ ଦେଶର ଅନ୍ୟାନ୍ୟା ସହରକୁ ବିମାନପଥରେ ଯୋଡିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିମାନବନ୍ଦର ପାଇଁ ରାଜ୍ୟ ସରକାର ଜାଗା ଚିହ୍ନଟ କରିସାରିଛନ୍ତି । ଧାର୍ମିକ,ପର୍ଯ୍ୟଟନ ଓ ଆର୍ଥିକ କାରବାର ପାଇଁ ପୁରୀ ପ୍ରମୁଖ ସ୍ଥାନ । ଶ୍ରୀଜଗନ୍ନାଥଙ୍କ ନାଁରେ ବିମାନ ବନ୍ଦର କରିବାକୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରଧାନମନ୍ତ୍ରୀ ବେସାମରିକ ବିମାନ ଚଳାଚଳ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ, ୧୯୨ଟି ଦେଶରେ ରଥଯାତ୍ରା ପାଳିତ ହେଉଛି । ଦେଶର ଚାରିଧାମ ମଧରେ ପୁରୀ ଅନ୍ୟତମ ବୋଲି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.