ପୁରୀ ଉପଜିଲ୍ଲାପାଳ ଓ ସିଂହଦ୍ୱାରା ଥାନା ଆଇଆଇସିଙ୍କ ବିରୋଧରେ ମାମଲା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ପୁରୀ – ପୁରୀ ଉପଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ସିଂହଦ୍ୱାର ଥାନା ଆଇଆଇସିଙ୍କ ସମେତ ୭ ଜଣଙ୍କ ବିରୋଧରେ ବି ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ବେଳେ ବାସେଳିସାହିର କିଛି ଯୁବକଙ୍କୁ ପୋଲିସ ମାଡ ମାରିଥିବା ନେଇ ଏସଡିଜେଏମ କୋର୍ଟରେ ଅଭିଯୋଗ ହୋଇଥିଲା । ଅଭିଯୋଗର ବିଚାର କରି ଏହି ଆଦେଶ ଜାରି କରିଛନ୍ତି କୋର୍ଟ । ଏହାଛଡା ଏତଲା ଭିତ୍ତିରେ ମାମଲା ରୁଜୁ କରିବାକୁ ବାସେଳିସାହି ଥାନାକୁ ପୁରୀ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.