ପୁରୀ ଓ ଜଗତସିଂହପୁରରୁ ବ୍ରାଉନ ସୁଗାର ଜବତ

ପୁରୀ- ପୁରୀରୁ ଆଜି ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ଏହି ମାମଲାରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ ଗୋଟିଏ କାର୍ ଓ ଏକ ସ୍କୁଟି ଜବତ କରାଯାଇଛି । ସେପଟେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଆଲଣ୍ଡା ଛକ ନିକଟରୁ ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

Comments are closed.