ରାଜ୍ୟରେ କୋଭିଡ ଟିକାକରଣ ଆହୁରି ବ୍ୟାପକ କରାଯିବ

ଭୁବନେଶ୍ୱର- ରାଜ୍ୟରେ ଟିକାକରଣକୁ ଆହୁରି ବ୍ୟାପକ କରାଯିବ । ବର୍ତ୍ତମାନ ବୟସ୍କ ଲୋକଙ୍କ ଟିକାରରଣକୁ ଅଗ୍ରାଧିକାର ଦିଆଯାଉଛି । ୯୨୭ କେନ୍ଦ୍ରରେ ଲୋକଙ୍କ ଟିକାକରଣ କରାଯାଉଛି । ଗ୍ରାମାଚଂଳରେ ବୟସ୍କ ଲୋକଙ୍କୁ ଟିକା ଦେବା ପାଇଁ ପ୍ରଶାସନର ସହଯୋଗରେ ଘର ଘର ବୁଲି ସଚେତନା କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ରୋଗ ପ୍ରତିରୋଧକ ଶକ୍ତି କେତେ ବଢୁଛି, ତା ଉପରେ ଅନୁସନ୍ଧାନ ଚାଲିଛି । ଅନୁଗୁଳ ଓ ବୌଦ୍ଧରେ କମ୍ ଟିକାକରଣ ହେଉଛି । ଧୀରେ ଧୀରେ ଏହା ଠିକ୍ ହୋଇଯିବ ବୋଲି ସେ କହିଛନ୍ତି ।

Comments are closed.