ପ୍ରଥମ ଆଇପିଏଲ କ୍ରିକେଟର ଭାବେ ବ୍ଲାକ ଲାଇଭ୍‌ସ ମ୍ୟାଟର୍ ଅଭିଯାନକୁ ‘ଆଂଠୁ ପୋଜ’ ସହ ସମର୍ଥନ କଲେ ହାର୍ଦ୍ଦିକ ପାଣ୍ଡ୍ୟ

ଆବୁଧାବି- ଆମେରିକା ଓ ବିଶ୍ୱର ଅନ୍ୟ ଦେଶରେ କୃଷ୍ଣକାୟ ନିର୍ଯାତନା ବିରୋଧରେ ଚାଲିଥିବା ‘ବ୍ଲାକ୍ ଲାଇଭ୍‌ସ ମ୍ୟାଟର୍‌’ ଅଭିଯାନ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

ଗତକାଲି ରାଜସ୍ଥାନ ରୟାଲସ ବିରୋଧରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ମୁ୍‌ମ୍ବାଇ ଇଣ୍ଡିଆନସ ପକ୍ଷରୁ ଖେଳୁଥିବା ପାଣ୍ଡ୍ୟା ଏକ ଜୋରଦାର ଅର୍ଦ୍ଦଶତକ ହାସଲ କଲା ପରେ ୧୯ତମ ଓଭରରେ ଆଂଠେଇବା ସହ ନିଜର ଡାହାଣ ହାତ ଉପରକୁ ଉଠାଇଥିଲେ । ଏଭଳି କରି ସେ ବ୍ଲାକ୍ ଲାଇଭ୍‌ସ ମ୍ୟାଟର ଅଭିଯାନକୁ ସମର୍ଥନ ଜଣାଇଥିଲେ ।

ମୁମ୍ବାଇ ଟିମର ଅଧିନାୟକତ୍ୱ କରୁଥିବା କିରନ ପୋଲାର୍ଡ ଡଗ୍‌ଆଉଟରେ ତୁରନ୍ତ ପାଣ୍ଡ୍ୟାଙ୍କ ଏହି ଇଶାରାକୁ ନିଜର ଡାହାଣ ହାତ ଟେକି ସମର୍ଥନ ଜଣାଇଥିଲେ ।

ଚଳିତ ଆଇପିଏଲର ପ୍ରଥମ କ୍ରିକେଟର ଭାବେ ପାଣ୍ଡ୍ୟା ବ୍ଲାକ୍ ଲାଇଭ୍‌ସ ମ୍ୟାଟର ଅଭିଯାନକୁ ସମର୍ଥନ ଜଣାଇଛନ୍ତି ।

Comments are closed.