ପ୍ରଫେସର ଅର୍କ କୁମାର ଦାସ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ

ଭୁବନେଶ୍ୱର- ପ୍ରଫେସର ଅର୍କ କୁମାର ଦାସଙ୍କୁ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜନେସ ଏଡମିନିଷ୍ଟ୍ରେସନ ବିଭାଗରେ ପ୍ରଫେସର ଅଛନ୍ତି । ପ୍ରଫେସର ଅର୍କ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିବା ତାରିଖଠାରୁ ତିନି ବର୍ଷ କାଳ ଏହି ପଦବୀରେ ରହିବେ । ପ୍ରଫେସର ଅର୍କଙ୍କ ନିଯୁକ୍ତି ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.