ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯିବ ‘ଶିକ୍ଷା ଦର୍ପଣ’ ପୁସ୍ତିକା

ଭୁବନେଶ୍ୱର- ଏ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଗଣାରେ ‘ଶିକ୍ଷା ଦର୍ପଣ’ ଯୋଗାଇ ଦିଆଯିବ । ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ଶିକ୍ଷା ଦର୍ପଣରେ ପ୍ରଶ୍ନପତ୍ର ସହ ଉତ୍ତର ରହିବ । ଏହା ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ । ଏହାକୁ ଦୃଷ୍ଟିରେ ରଖି ବିଭାଗ ଏହି ନିଷ୍ପତ୍ତି ନେଇଛି । ୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦର୍ପଣ ପୁସ୍ତିକା ଦିଆଯିବ ।

Comments are closed.