ଫୁଟ୍‌ପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ଡମ୍ପର, ୧୫ ମୃତ

ସୁରତ – ଗୁଜରାଟ ସୁରତରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଫୁଟପାଥରେ ଶୋଇଥିବା ୨୦ ଜଣ ଶ୍ରମିକଙ୍କ ଉପରେ ଡମ୍ପର ଚଢି଼ଯିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ସୁରତରୁ ୨୦ କିଲୋମିଟର ଦୂର କୋସାମ୍ବା ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଆଉ ୩ ଜଣ ପ୍ରାଣ ହରାଇଛନ୍ତି । ମୃତକ ଓ ଆହତ ସବୁ ଦିନ ମଜୁରିଆ ଥିଲେ । ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ, ୫ ମହିଳା ଓ ୨ ଜଣ ଛୁଆ ଅଛନ୍ତି । ଏହି ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଥିଲା । ଏକ ଆଖୁ ବୋଝେଇ ଟ୍ରକ୍ ଦ୍ରୁତଗତିରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏହି ସବୁ ଶ୍ରମିକ ରାଜସ୍ଥାନର ବାଂଶୱାଡାର ବୋଲି ଜଣାପଡିଛି ।

Comments are closed.