ଫେବ୍ରୁଆରୀ ମାସର କୋରୋନା ଗାଇଡଲାଇନ୍ସ : ସବୁ ପ୍ରକାର ପ୍ରଦର୍ଶନୀକୁ ଅନୁମତି, ସମସ୍ତଙ୍କ ପାଇଁ ଖୋଲାହେବ ସୁଇମିଂପୁଲ

ନୂଆଦିଲ୍ଲୀ- ଫେବ୍ରୁଆରୀ ମାସ ପାଇଁ ଜାରି ହୋଇଛି କେନ୍ଦ୍ରର କୋରୋନା ଗାଇଡଲାଇନ୍ସ । ନୂଆ ଗାଇଡଲାଇନ୍‌ସରେ ସବୁ ପ୍ରକାର ପ୍ରଦର୍ଶନୀକୁ ଅନୁମତି ଦିଆଯାଇଛି । ସର୍ବସାଧାରଣଙ୍କ ପାଇଁ ବି ଖୋଲିବ ସୁଇମିଂ ପୁଲ୍ । ସିନେମା ହଲରେ ୫୦ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ଅନୁମତି ମିଳିବ । ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସ୍ୱତନ୍ତ୍ର ଏସଓପି ଜାରି କରିବ । ସାମାଜିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ କୌଣସି କଟକଣା ରଖାଯାଇନାହିଁ ।

ସଭାସମିତି ପାଇଁ ରାଜ୍ୟ ସରକାରମାନେ ଏସଓପି ଓ ଦର୍ଶକ ସଂଖ୍ୟା ସ୍ଥିର କରିବେ । ଅନ୍ତର୍ଜାତୀୟ ବିମାନ ଚଳାଚାଳ ପାଇଁ ବିଭାଗୀୟ ମନ୍ତ୍ରାଳୟ ନିଷ୍ପତ୍ତି ନେବ । ନିଷ୍ପତ୍ତି ଆଗରୁ ଗୃହ ବିଭାଗର ପରାମର୍ଶ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ନିୟମ ବଜାୟ ରଖିବାକୁ ପଡିବ ।

Comments are closed.