ଭିଜିଲାନ୍ସ ମାମଲାରେ ପାଠକ ବାପ-ପୁଅଙ୍କୁ ଜାମିନ, କିନ୍ତୁ କ୍ରାଇମବ୍ରାଂଚ ମାମଲା ଥିବାରୁ ଜେଲରେ ହିଁ ରହିବେ

ଭୁବନେଶ୍ୱର- ନିଲମ୍ବିତ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ କୋର୍ଟରୁ ଜାମିନ ମିଳିଛି । ବାପପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଗିରଫ କରିବାର ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରି ନ ପାରିବାରୁ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପାଠକ ବାପ-ପୁଅଙ୍କୁ ଗତବର୍ଷ ନଭେମ୍ବର ୨୭ ତାରିଖରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିଲା । ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନ ପାରିବାକୁ ସିଆରପିସି ଧାରା ୧୬୭ (୨)ରେ ଉଭୟଙ୍କୁ ଜାମିନ ମିଳିଛି । ତେବେ ଭିଜିଲାନ୍ସ ମାମଲାରୁ ଜାମିନ ମିଳିଥିଲେ ମଧ୍ୟ ସେମାନେ ଏବେ ଜେଲରୁ ବାହାରି ପାରିବେ ନାହିଁ । କାରଣ ସେମାନଙ୍କ ବିରୋଧରେ କ୍ରାଇମବ୍ରାଂଚ ମାମଲା ବି ରହିଛି ।

Comments are closed.