ବଜେଟ୍ ୨୦୨୧: କଣ ହେଲା ଶସ୍ତା, ଆଉ କଣ ମହଙ୍ଗା?

ନୂଆଦିଲ୍ଲୀ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୋମବାର ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି । କରୋନା କାଳରେ ଏହି ବଜେଟ୍‌ରୁ ଦେଶବାସୀ କିଛି ବଡ଼ ରିହାତି ଆଶା କରୁଥିଲେ । ଅର୍ଥମନ୍ତ୍ରୀ ସୀତାରମଣ କିଛି କ୍ଷେତ୍ରରେ ଲୋକଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଆଉ କିଛି କ୍ଷେତ୍ରରେ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ସାଧାରଣତଃ ବଜେଟ୍ କିପରି ସେମାନଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ ତାହା ଜଣେ ସାଧାରଣ ଲୋକ ଜାଣିବାକୁ ଚାହେଁ । ବିଶେଷକରି କଣ ଶସ୍ତା ଆଉ କଣ ମହଙ୍ଗା ହେଲା ତାହା ଉପରେ ଲୋକଙ୍କ ନଜର ରହିଥାଏ । ଆସନ୍ତୁ ଜାଣିବା ଏଥର କେଉଁ ସବୁ ଦ୍ରବ୍ୟ ଶସ୍ତା ହୋଇଛି ଓ ଆଉ କେଉଁ ଜିନିଷ ମହଙ୍ଗା ହେବ –

ଶସ୍ତା – ଷ୍ଟିଲ୍ ଉପକରଣ, ସୁନା, ରୁପା, ତମ୍ବା ନିର୍ମିତ ଦ୍ରବ୍ୟ, ଚମଡ଼ା ଜାତୀୟ ଦ୍ରବ୍ୟ
ମହଙ୍ଗା – ମୋବାଇଲ୍ ଫୋନ୍‌, ମୋବାଇଲ ଫୋନ୍ ସ୍ପେୟାର ପାର୍ଟ୍ସ, ଚାର୍ଜର, ଗାଡ଼ି ପାର୍ଟ୍ସ, ଇଲେକ୍ଟ୍ରୋନିକ ଉପକରଣ, ଆମଦାନୀ ହେଉଥିବା ପୋଷାକ, ସୋଲାର ଇନଭର୍ଟର. ଫ୍ରିଜ୍‌, ଏୟାର କଣ୍ଡିସନ୍‌ଡ କମ୍ପ୍ରେସର, ଏଲ୍‌ଇଡି ବଲ୍‌ବ, ସୋଲାର ଲଣ୍ଠନ ।

Comments are closed.